ଏସିଆନ ଚାମ୍ପିୟନଶିପରେ ଭାଗ ନେବେ କେନ୍ଦୁଝର ଝିଅ ମଧୁସ୍ମିତା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଏସିଆନ ତାଏକୋଣ୍ଡୋ ଚାମ୍ପିୟନଶିପରେ ଭାଗ ନେବା ପାଇଁ ଜାତୀୟ ଦଳରେ କେନ୍ଦୁଝର ଝିଅ ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର ଶିଶୁଭବନ ରୋଡରେ ା ତାଏକୋଣ୍ଡୋ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ଜାମ୍ମୁ ଠାରେ ଅନୁଷ୍ଠିତ ହୋଇଥିବା ଚୟନ ଶିବିରରେ ମଧୁସ୍ମିତା ଯୋଗ୍ୟ ବିବେଚିତ ହୋଇ ଏହି ସମ୍ମାନ ଜନକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇଥିବା ଜଣାପଡିଛି। ଏନେଇ ସେ ଜାତୀୟ ଶିବିରରେ ଦୀର୍ଘ ୮ ଦିନ ଧରି ଅଭ୍ୟାସ କରିବା ପରେ ଗୁରୁବାର ଭାରତରୁ ଯାଇଥିବା ଜଣାପଡିଛି ା ଏହି ପ୍ରତିଯୋଗିତା ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ଓମାନରେ ହେବାକୁ ଥିବା ବେଳେ ତାଙ୍କ ମ୍ୟାଚ ୨୦ ତାରିଖରେ ହେବ ବୋଲି ଜଣାପଡିଛି। ଏଣୁ ତାଙ୍କର ସଫଳତା ପାଇଁ ସମସ୍ତେ କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ସେ ପ୍ରଥମ ଓଡିଆ ଝିଅ ଭାବରେ ଭାଗ ନେବାକୁ ସୁଯୋଗ ପାଇଥିବାରୁ ଏହା ରାଜ୍ୟ ତଥା ଜିଲା ପାଇଁ ଗୌରବର ବିଷୟ ବୋଲି ତାଙ୍କ ପିତା ଜିତେନ୍ଦ୍ର କୁମାର ମହାନ୍ତି ଆଶାବ୍ୟକ୍ତ କରିଛନ୍ତି। ୫ ବର୍ଷ ବୟସରୁ ଖେଳ ଆରମ୍ଭ କରିଥିବା ମଧୁସ୍ମିତା ପୂର୍ବରୁ ଜାତୀୟ ସ୍ତରରେ ବହୁ ବାର ଭାଗ ନେଇ ମେଡାଲ ହାସଲ କରିଛନ୍ତି। ମା’ଙ୍କ ପ୍ରେରଣା ଓ ବାପାଙ୍କ ସମର୍ଥନ ତାଙ୍କୁ ଏଭଳି ଶୀର୍ଷକୁ ନେଇ ପାରିଥିବା ସେ କହିଛନ୍ତି। ଖେଳ ସହିତ ପାଠ ପଢାରେ ମଧ୍ୟ ଦକ୍ଷ। ମଧୁସ୍ମିତା ଗୀତ, ଚିତ୍ରାଙ୍କନରେ ମଧ୍ୟ ବେଶ ପାରଙ୍ଗମ।

Share