Categories: ଖେଳ

ଏସିଆନ ଚାମ୍ପିୟନଶିପ୍‌ ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-ଦୋହାଠାରେ ଏପ୍ରିଲ ୨୧ରୁ ଆରମ୍ଭ ହେବାକୁଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଚୂଡ଼ାନ୍ତ ୪୩ ଜଣିଆ ଦଳ ଘୋଷଣା କରାଯାଇଛି।  ଏଥିରେ ଓଡ଼ିଶାର ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ସ୍ଥାନ ପାଇଛନ୍ତି। ଦୂତୀ ମହିଳା ୧୦୦ ଓ ୨୦୦ ମିଟର ରେସ୍‌ ଏବଂ ମହିଳା ୪x୧୦୦ମିଟର ରିଲେ ରେସ୍‌ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ପୂର୍ଣ୍ଣିମା ହେପ୍ଟାଥ୍ଲନରେ ପ୍ରତିନିଧିତ୍ୱ କରିବେ। ଅନ୍ୟପକ୍ଷରେ ନିକଟରେ ଓ୍ବାଲର୍‌ଡ ଗଭର୍ନିଂବଡିର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଦ୍ୱାରା ଡୋପିଂ ଅଭିଯୋଗରୁ ମୁକ୍ତି ପାଇଥିବା ଜାଭେଲିନ ଥ୍ରୋୟର ଡେଭିନ୍ଦର ସିଂ କାଙ୍ଗ୍‌ଙ୍କୁ ଦଳରେ ସାମିଲ କରାଯାଇଛି।

Share