Categories: ଖେଳ

ଏସିଆନ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌: ଭାରତ କୋଚ୍‌ ହେବେ ପାଲମେର

ନୂଆଦିଲ୍ଲୀ,୧୮।୧୨(ପି.ଟି.): ଆସନ୍ତାବର୍ଷ କୁଆଲାଲମ୍ପୁରରେ ଆୟୋଜନ ହେବାକୁଥିବା ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଡେଭିଡ ପାଲମେର ଭାରତୀୟ ଦଳର କୋଚ୍‌ ନିଯୁକ୍ତ ହେବା ନିଶ୍ଚିତ ହୋଇଛି। ଫୁଲ ଟାଇମ କୋଚ୍‌ ବଦଳରେ କେବଳ ଗୋଟିଏ ଇଭେଣ୍ଟ ପାଇଁ ତାଙ୍କୁ କୋଚ୍‌ ନିଯୁକ୍ତ କରିବାକୁ ସ୍କ୍ବାଶ ର଼୍ୟାକେଟ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଆରଏଫ୍‌ଆଇ) ନିଷ୍ପତ୍ତି ନେଇଛି। ଏହି ଇଭେଣ୍ଟ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପାଲମେର ମଧ୍ୟ ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି। ତେବେ ଏଥିପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମୋଦନ ଆବଶ୍ୟକ ବୋଲି ଏସ୍‌ଆରଏଫ୍‌ଆଇ ସମ୍ପାଦକ ସାଇରସ ପୋଞ୍ଚା କହିଛନ୍ତି।

Share