Categories: ଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ମାସ୍କ ପିନ୍ଧିଲେ ରେସଲର

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ଭାରତରେ କରୋନା ଭାଇରସର ବିପଦ ନାହିଁ। ଏହା ସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ କେତେଜଣ ରେସଲର ସେମାନଙ୍କ ମୁହଁରେ ମାସ୍କ ଲଗାଇଥିବା ଦେଖିବାକୁ ମିିଳିଛି। ପଡୋଶୀ ଦେଶ ଚାଇନାରେ କରୋନା ଭାଇରସରେ ୭୨,୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ୧,୯୦୦ଜଣଙ୍କୁ ମୃତ୍ୟୁ ଘଟିସାରିଲାଣି। ଏହି କାରଣରୁ ଚାଇନା ରେସ୍‌ଲରମାନଙ୍କୁ ଭିଜା ପାଇଁ ମନା କରାଯାଇଥିଲା। ଫଳରେ ସେମାନେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଛନ୍ତି। କୋରିଆ ଦଳର ଜଣେ ମେଡିକାଲ ଷ୍ଟାଫ୍‌ ସେୟନ ଲି’ କହିଛନ୍ତି ପ୍ରତିଯୋଗିତା ପାଇଁ ଆମର ୨୮ ଜଣିଆ ଦଳ ଆସିଛନ୍ତି। ହାତଗଣତି କେତେଜଣ ରେସ୍‌ଲର ଓ ଅଫିସିଆଲ ମାସ୍କ ଲଗାଇଛନ୍ତି। ଏଠାରେ କରୋନା ଭାଇରସର ବିପଦ ନାହିଁ ବୋଲି ଆମେ ଜାଣୁ। ହେଲେ ସତର୍କ ରହିବା ଭଲ। ରେସ୍‌ଲିଂର ଓ୍ବାଲର୍‌ଡ ଗଭର୍ନିଂବଡି ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ଡିଜିଟାଲ ପ୍ରୋଜେକ୍ଟ ମ୍ୟାନେଜର ବାକୋର ଫ୍ଲୋରିଆନ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ବାୟୁମଣ୍ଡଳରୁ ରକ୍ଷା କରିବା ପାଇଁ ବିଶେଷ କରି କୋରିଆ, ଥାଇଲାଣ୍ଡ ଓ ଜାପାନର କେତେଜଣ ରେସ୍‌ଲର ମାସ୍କ ପିନ୍ଧିଛନ୍ତି। ଚାମ୍ପିୟନଶିପ୍‌ରେ ତିନୋଟି ବିଭାଗରେ ପ୍ରତିଯୋଗିତା ହେଉଛି। ତାହା ହେଲା ମୁରୁଷ ଫ୍ରିଷ୍ଟାଇଲ, ଗ୍ରୀକୋ ରୋମାନ ଏବଂ ମହିଳା ରେସ୍‌ଲିଂ।

Share