Categories: ମେଟ୍ରୋ

ଏସିଆନ ସିଂହ ପିଛାନର ମୃତ୍ୟୁ

ବାରଙ୍ଗ,୨୯ା୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ମଧ୍ୟାହ୍ନରେ ସିଂହ ସଫାରିରେ ରହୁଥିବା ଏସିଆନ ଅଣ୍ଡିରାସିଂହ ପିଛାନର ମୃତ୍ୟୁ ଘଟିଛି। ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ କାରଣରୁ ଖାଇବାପିଇବା ଠିକଭାବେ କରୁ ନ ଥିବାରୁ ରୁଗ୍‌ଣ ହୋଇଯାଉଥିଲା। ଏହି କାରଣରୁ ନନ୍ଦନକାନନର ଡାକ୍ତରମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ପିଛାନ ବଞ୍ଚତ୍ପାରି ନ ଥିଲା। ପିଛାନର ମୃତ୍ୟୁପରେ ଏହି ସିଂହ ସଂଖ୍ୟା ହ୍ରାସ ପାଇ ୧୧ରେ ପହଞ୍ଚତ୍ଛି। ସେଥିମଧ୍ୟରେ ୮ହାଇବ୍ରିଡ, ୧ଏସିୟ, ୨ ଆଫ୍ରିକୀୟ ଅଛନ୍ତି। ସୂଚନାଯୋଗ୍ୟ, ୨୧ବର୍ଷରେ ପଦାର୍ପଣ କରିଥିବା ପିଛାନ ଗୁଜରାଟର ସକରାବାଗ ଚିଡିଆଖାନାରୁ ୨୩ ମାର୍ଚ୍ଚ ୨୦୧୩ରେ ନନ୍ଦନକାନନକୁ ଆସିଥିଲା।

Share