Categories: ଖେଳ

ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌:ଫାଇନାଲରେ ପ୍ରଣତୀ ଭଲ୍ଟ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)- ମଙ୍ଗୋଲିଆର ଉଲାନବାଟାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଭାରତର ପ୍ରଣତୀ ନାୟକ ୧୩.୩୫ ସ୍କୋର ସହ ୬ଷ୍ଠ ସ୍ଥାନ ଅଧିକାର କରି ଭଲ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ରାକେଶ କୁମାର ପାତ୍ର ରିଙ୍ଗ୍ସରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ୧୩.୬୦ ସ୍କୋରକରି ୧୦ମ ହୋଇଥିଲେ। ପ୍ରଣତୀ ନାୟକ, ପ୍ରଣତୀ ଦାସ, ଶ୍ରଦ୍ଧା ତାଲେକର ଓ ପାପିୟା ଦାସଙ୍କୁ ନେଇ ମହିଳା ଦଳ କ୍ୱାଲିଫିକେଶନ ଓ ଫାଇନାଲ ପ୍ରତିଯୋଗିତାରେ ମୋଟ ୧୩୧.୨୫୦ ସ୍କୋର କରିଛନ୍ତି। ସେହିପରି ରାକେଶ କୁମାର ପାତ୍ର, ଯୋଗେଶ୍ୱର ସିଂ, ଆରିକ୍‌ ଦେ ଏବଂ ଦେବାଙ୍ଗ ଦେ’ଙ୍କୁ ନେଇ ପୁରୁଷ ଦଳ ମୋଟ ୨୨୯.୬୯୯ ପଏଣ୍ଟ ସ୍କୋର କରିଛନ୍ତି। ଅନ୍ୟ ଦଳଗୁଡ଼ିକର ପ୍ରଦର୍ଶନ ପରେ ର଼୍ୟାଙ୍କିଂ ଜଣାପଡ଼ିବ ବୋଲି ଜିମ୍ନାଷ୍ଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଜିଏଫ୍‌ଆଇ) ଉପସଭାପତି ରିୟାଜ ଅହମ୍ମଦ ଭଟ୍ଟି ପ୍ରକାଶ କରିଛନ୍ତି। ଚାମ୍ପିୟନଶିପ୍‌ରେ ମୋଟ ୧୯ଟି ଦେଶ ଭାଗ ନେଇଛନ୍ତି।

Share