Categories: ଫୁରସତ

ଏସିଆର ପରିଷ୍କାର ଗାଁ: ଲୋକେ କୁହନ୍ତି ଭଗବାନଙ୍କ ବଗିଚା…

ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସଭିଏଁ ଗଁାକୁ ସଫା ସୁତୁରା ରଖିବା ପାଇଁ ଦିନସାରା ଲାଗି ରୁହନ୍ତି। ପରିବେଶକୁ ସୁନ୍ଦର ରଖିବା ପାଇଁ ସଚେତନତା ଆବଶ୍ୟକ ବୋଲି କୁହନ୍ତି ଏହି ଗାଁରେ ଲୋକେ। ମେଘାଳୟର ପୂର୍ବ ଖାସି ଜିଲାରେ ଥିବା ଏହି ଗାଁର ନାମ ହେଉଛି ମାନ୍‌ଓ୍ବଲ୍ୟାନ୍ନାଙ୍ଗ। ୨୦୦୩ରେ ଡିସକଭର ଇଣ୍ଡିଆ ପକ୍ଷରୁ ଏସିଆର ପରିଷ୍କାର ଗାଁ ଭାବେ ସମ୍ମାନୀତ କରାଯାଇଥିଲା। ଗାଁରେ ଶତ ପ୍ରତିଶତ ଲୋକ ସାକ୍ଷର । ଗାଁରେ ଖାସି ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଗାଁରେ ରହିଛି ଏକ ପରମ୍ପରା। ପରିବାରର ସମସ୍ତ ସମ୍ପତ୍ତି ବଡ଼ ଝିଅକୁ ଦିଆଯାଇଥାଏ। ଫଳରେ ବିବାହ ପରେ ଜ୍ୱାଇଁ ଶ୍ୱଶୁର ଘରେ ହିଁ ରୁହେ। ଏଠାକାର ସୁନ୍ଦର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଏତେ ସୁନ୍ଦର ଏହି ଗାଁକୁ ଲୋକେ ଭଗବାନଙ୍କ ବଗିଚା କହିଥାନ୍ତି।

Share