ସବୁଠାରୁ ଧନୀ ଗାଁ: ଏଠି ସବୁ କୃଷକ ଲକ୍ଷପତି

ନୂଆଦିଲ୍ଲୀ,୨।୨: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ। ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ୭ ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି। ଏଠାରେ ଗୋଟିଏ ପରିବାର ବର୍ଷକୁ ୭୦-୭୫ ଲକ୍ଷ ଟଙ୍କା ଆୟ କରିଥାଆନ୍ତି ବୋଲି କୁହାଯାଏ। ଏଠାରେ ସବୁଠାରୁ ଭଲ ଗୁଣବତ୍ତା ଥିବା ସେଓ ଚାଷ କରାଯାଏ ବୋଲି କୁହାଯାଏ। ରୟାଲ ଆପଲ, ରେଡ ଗୋଲ୍ଡ, ଗେଲ ଗାଲା ଭଳି ସେଓର ଭଲ କ୍ୱାଲିଟି ଚାଷ କରାଯାଇଥାଏ। ଏହାସହ ଏଠାରେ ଫଳୁଥିବା ସେଓର ଆକାର ମଧ୍ୟ ସବୁଠାରୁ ଭିନ୍ନ। ବରଫ ପଡିଲେ ମଧ୍ୟ ଏହି ସେଓ ଶୀଘ୍ର ନଷ୍ଟ ହୋଇ ନ ଥାଏ। ଏହି ସେଓ ଚାଷ ପାଇଁ ପରିବାରର ସମସ୍ତ ସଦସ୍ୟ ଶ୍ରମଦାନ କରିଥାଆନ୍ତି। ୮୦ ଦଶକ ପରଠାରୁ ଏଠାରେ ଫଳୁଥିବା ସେଓର ଚାହିଦା ବେଶ୍‌ ବୃଦ୍ଧି ପାଇଛି ବୋଲି କୁହାଯାଏ।

Share