Posted inଖେଳ

ଏସିଆ କପ୍‌ କ୍ରିକେଟ : ଶ୍ରୀଲଙ୍କା ସହ ଆୟୋଜନ ଅଧିକାର ବଦଳ କଲା ପାକିସ୍ତାନ

ନୂଆଦିଲ୍ଲୀ, ୧୩।୬-
ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଆଗାମୀ ସଂସ୍କରଣ ପାକିସ୍ତାନ ପରିବର୍ତ୍ତେ ଶ୍ରୀଲଙ୍କାରେ ଆୟୋଜନ ହେବା ସମ୍ଭାବନା ବଢ଼ିଛି। ପ୍ରକୃତରେ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାଇଥିଲା। ତେବେ ଭାରତ ସହିତ ଉତ୍ତେଜନାମୂଳକ ପରିସ୍ଥିତି ଏବଂ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଆୟୋଜନ ପାଇଁ ଶ୍ରୀଲଙ୍କାକୁ ଅଫର ଦେଇଛି। ପ୍ରତି ବଦଳରେ ପାକିସ୍ତାନ ୨୦୨୨ ଏସିଆ କପ୍‌ ଆୟୋଜନ କରିବା ଲକ୍ଷ୍ୟରେ ରହିଛି। ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ଆୟୋଜନ ଆଶା କ୍ଷୀଣ ରହିଛି। ମାତ୍ର ଯଦି ଏହା ଆୟୋଜନ ହୁଏ ତେବେ ପାକିସ୍ତାନରେ ନ ହୋଇ ଶ୍ରୀଲଙ୍କାରେ ହେବ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶ୍ରୀଲଙ୍କା କ୍ରିକେଟ ବୋର୍ଡ(ଏସଏଲସି) ସହିତ ଏସିଆ କପ୍‌ ଆୟୋଜନ ଅଧିକାର ଅଦଳ ବଦଳ କରିଛି। ତେବେ ଏସିଆନ କ୍ରିକେଟ କାଉନସିଲ (ଏସିସି) କାର୍ଯ୍ୟନିର୍ବାହୀ କମିଟି ଏହି ଅଦଳ ବଦଳକୁ ଅନୁମୋଦନ ଦେଇନାହିଁ। ଚଳିତ ମାସ ଶେଷ ବେଳକୁ ଆୟୋଜନ ଅଧିକାର ଯୋଜନାର ସ୍ପଷ୍ଟ ଚିତ୍ର ମିଳିବ। ଶ୍ରୀଲଙ୍କା ୨୦୧୦ ପରଠାରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରିନାହିଁ। ତେଣୁ ସୁଯୋଗର ସଦ୍‌ବ୍ୟବହାର କରି ଘରୋଇ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚାହିଁବ। ପ୍ରତିଯୋଗିତାର ପୂର୍ବ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା। ଜୁନ ୯ରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏସିସିର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସିଥିଲା। ୨୦୨୦ ଏସିଆ କପ୍‌ ସମ୍ପର୍କରେ ଉଚିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମତପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ...

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ...

ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ଅଷ୍ଟ୍ରେଲିଆ ମାଟିରେ ବଡ଼ ରେକର୍ଡ କଲେ ଜସପ୍ରୀତ ବୁମ୍‌ରା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ବୁମ୍‌ରାଙ୍କ ବୋଲିଂ ଆଗରେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍‌ରେ ଅଲଆଉଟ୍‌

ପର୍ଥ,୨୩।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ମାଟି କାମୁଡିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ...

ମାର୍ଚ୍ଚ ୧୪ରୁ ମେ’ ୨୫

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଦିନ ଧାର୍ଯ୍ୟ କରିଛି। ଏହି...

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri