Posted inଖେଳ

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ରଗ୍‌ବୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ସ୍ଥାନ ପାଇଥିବାବେଳେ ବିକାଶ ଖତ୍ରି ଓ ବାବିଜ୍‌ ବାରୁଚାଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ ଓ ମୀରାରାଣୀ ହେମ୍ବ୍ରମ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ନେଇ ଗତ ୨୩ରୁ କିଟ୍‌ ପରିସରରେ ୧୫ ଦିନିଆ ଜାତୀୟ ଶିବିର ଅନୁଷ୍ଠିତ ହେଉଛି। ଗତ ମାସରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଥିବା ସୋସାଇଟ୍‌ ଜେନେରାଲ ସିନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ରୁ ସମ୍ଭାବ୍ୟ ଖେଳାଳି ଏହି ଶିବିର ପାଇଁ ଚୟନ କରାଯାଇଥିଲା। ୧୫ ଦିନି ଧରି ଚାଲିଥିବା ଏହି ଜାତୀୟ ଶିବିରକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ସମେତ କିଟ୍‌ ଓ କିସ୍‌ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। ଭାରତୀୟ ଦଳ ବୁଧବାର ଜାକର୍ତ୍ତା ଅଭିମୁଖେ ଗସ୍ତ କରିବ ବୋଲି ଜଣାପଡ଼ିଛି।
ଇଣ୍ଡିଆ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ଖବରଦାତା ସମ୍ମଳିନୀରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ତଥା ଅଭିନେତା ରାହୁଲ ବୋଷ, କୋଚ୍‌ ଲୁଡ୍‌ଓ୍ବିଚେ, ଓଡ଼ିଶା ରଗ୍‌ବୀ ଆସୋସିଏଶନ ସଭାପତି ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଆଗାମୀ ଟୁର୍ନାମେଣ୍ଟ ଲାଗି ଅଭିନନ୍ଦନ ଜଣାଇବା ସହ ସେମାନେ ସଫଳତା ହାସଲ କରିବେ ବୋଲି କାମନା କରିଥିଲେ। ସେହିଭଳି କ୍ରୀଡ଼ା ସଚିବ ବିଶାଳ ଦେବ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାର ରଗ୍‌ବୀ କ୍ରୀଡ଼ାକୁ ସହାୟତା କରୁଥିବାରୁ ଏହା ଆମ ପାଇଁ ଖୁସିର ଖବର। ଆଗାମୀ ଦେଢ଼ରୁ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ରଗ୍‌ବୀ ହାଇପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା କ୍ରୀଡ଼ା ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ ଓଡ଼ିଶା ଖେଳାଳିଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ପୁରୁଷ ଦଳରେ କିଭଳି ଭାବେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ରାହୁଲ ବୋଷ ଓ କୋଚ୍‌ଙ୍କୁ ଅନୁରୋଧ କରିଥିଲେ। ଭାରତୀୟ ଖେଳାଳିଙ୍କ ଶିବିର ଆୟୋଜନ କରିବାରେ ରାଜ୍ୟ ସରକାର ଏବଂ କିଟ୍‌ ଯେଉଁ ସମର୍ଥନ ଓ ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି ପୂର୍ବତନ ଖେଳାଳି ରାହୁଲ ବେଶ୍‌ ପ୍ରଶଂସା କରିଛନ୍ତି।
ଭାରତୀୟ ପୁରୁଷ ଦଳ: ବିକାଶ ଖତ୍ରି (ଅଧିନାୟକ), ନୀରଜ ଖତ୍ରି, ଦୀପକ ପୁନିଆ, ପ୍ରିନ୍ସ ଖତ୍ରି, ମୋହିତ୍‌ ଖତ୍ରି (ସମସ୍ତେ ହରିୟାଣା), ସୁରିନ୍ଦର ସିଂ, ଜୋଶାଙ୍ଗଜୁଆଲ, ପାଉଲସାମି ଉଥୟ ଶଙ୍କର (ସର୍ଭିସେସ), ସୁକୁମାର ହେମ୍ବ୍ରମ, ରାଜଦୀପ ଶାହ (ଉଭୟ ପଶ୍ଚିମବଙ୍ଗ), ଜାକିର ହୁସେନ (ଦିଲ୍ଲୀ)।
ଭାରତୀୟ ମହିଳା ଦଳ: ବାବିଜ୍‌ ଭରୁଚା (ଅଧିନାୟିକା, ମହାରାଷ୍ଟ୍ର), ଶ୍ୱେତା ଶାହି, ସୁଇଟି କୁମାରୀ (ଉଭୟ ବିହାର), ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ, ମୀରାରାଣୀ ହେମ୍ବ୍ରମ (ସମସ୍ତେ ଓଡ଼ିଶା), ଶୀତଲ ଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ (ଦିଲ୍ଲୀ), ସନ୍ଧ୍ୟାରାଣୀ (ପଶ୍ଚିମବଙ୍ଗ)। କୋଚ୍‌- ଲୁଡ୍‌ଓ୍ବିଚେ ଭାନ୍‌ ଡେଭେଣ୍ଟର ଓ ଲୁଇସ୍‌ ବୋଶୋଫ୍‌, ମ୍ୟାନେଜର- ମାନସ କୁମାର ଜେନା ଓ ଧୀରେନ କୁମାର ରାଉତ। ଫିଜିଓ- ରାଜେଶ ମାଳି ଓ ଅବଦୁଲ୍ଲ ଓ୍ବାହିଦ୍‌ ଖାଁ ପଠାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL-2025 ଉଦ୍‌ଘାଟନୀ ମ୍ୟାଚରେ ଆର୍‌ସିବିର ବିଜୟ ଅଭିଯାନ ଆରମ୍ଭ

କୋଲକାତା, ୨୨।୩: IPL-2025 ଉଦ୍‌ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(ଆର୍‌ସିବି)ର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଏବଂ ବ୍ୟାଟର ଫିଲ୍‌...

କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌

କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ...

MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି

ନୂଆଦିଲ୍ଲୀ,୨୨।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏମଏ...

କ୍ୟାପଟେନ ହେଉ ହେଉ ବଦଳିଗଲେ Ajinkya Rahane, ପ୍ରଥମ ମ୍ୟାଚରେ ଦେଖାଇଲେ ଚମକ

କୋଲକାତା,୨୨।୩: IPL ୨୦୫ର ପ୍ରଥମ ଅର୍ଦ୍ଧଶତକ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ବ୍ୟାଟରୁ ଆସିଥିଲା। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବିପକ୍ଷରେ ପ୍ରଥମ...

RCBକୁ ୧୭୫ ରନର ଟାର୍ଗେଟ ଦେଲା KKR

କୋଲକାତା,୨୨।୩: ଆଇପିଏଲ ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଞ୍ଜେର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ ରାଇଡର୍ସ...

IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)...

IPL 2025 Best Moment: ଶାହାରୁଖଙ୍କ ସହ ଝୁମିଲେ ବିରାଟ, ଲାଜେଇ ଗଲେ ରିଙ୍କୁ ସିଂ! ଦେଖନ୍ତୁ ଭିଡିଓ

କୋଲକାତା,୨୨।୩: କୋଲକାତାର ଇଡେନ ଗାର୍ଡେନରେ IPL ୨୦୨୫ର ଉଦଘାଟନୀ ଉତ୍ସବ ଏକ ଚମତ୍କାର ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଗାୟକ ଶ୍ରେୟା...

ଆରମ୍ଭ ହେଲା କ୍ରିକେଟର ମହାକୁମ୍ଭ: ଉଦଘାଟନୀ ଉତ୍ସବରେ ମନ କିଣିଲେ ଶ୍ରେୟା ଘୋଷାଲ, ଦିଶା ପାଟନୀ, କରଣ ଔଜଲାଙ୍କ ସହ କିଙ୍ଗ ଖାନ

କୋଲାକାତା,୨୨।୩: IPL ୨୦୨୫ର ଉଦଘାଟନୀ ଉତ୍ସବ ଶେଷ ହୋଇଛି। IPLର ୧୮ତମ ସିଜିନ ଅବସରରେ, ଏକ କେକ କଟାଯାଇଥିଲା ଏବଂ ଆତସବାଜି ସହିତ IPL୨୦୨୫ର ଉଦଘାଟନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image