Categories: ଖେଳ

ଏସିଆ ଲାୟନ୍ସ ଚାମ୍ପିୟନ

ଦୋହା,୨୧ା୩ : ଲିଜେଣ୍ଡ୍ସ ଲିଗ୍‌ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏସିଆ ଲାୟନ୍ସ। ରବିବାର ଅନୁଷ୍ଠିତ ଫାଇନାଲରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇଛି ଶାହିଦ ଆଫ୍ରିଦିଙ୍କ ଏସିଆ ଲାୟନ୍ସ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜାଏଣ୍ଟ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ଜବାବରେ ୧୬.୧ ଓଭରରେ ୩ ଉଇକେଟ ହରାଇ ଲାୟନ୍ସ ବିଜୟୀ ହୋଇଥିଲା। ସେନ୍‌ ଓ୍ବାଟସନ୍‌ଙ୍କ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ ରନ୍‌ରେ ୩ ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟରେ ଜ୍ୟାକ୍ସ କାଲିସ୍‌ (୭୮*) ଓ ରସ୍‌ ଟେଲର(୩୨) ଯୋଡିଥିଲେ ୯୨ ରନ୍‌ । କାଲିସ୍‌ ୫୪ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରିଥିଲେ। ଲାୟନ୍ସ ପକ୍ଷରୁ ଅବଦୁର ରଜାକ ୧୪ ରନରେ ଦୁଇଟି ଓ ଥିସାରା ପରେରା ଗୋଟିଏ ଉଇକେଟ ନେଇଥିଲେ। ୧୪୮ ରନ୍‌ର ପିଛା କରୁଥିବା ଲାୟନ୍ସ ପକ୍ଷରୁ ଦୁଇ ଓପନର ଉପୁଲ ଥରଙ୍ଗା(୫୭) ଓ ତିଳକରତ୍ନେ ଦିଲସାନ୍‌(୫୮) ପ୍ରଥମ ଉଇକେଟରେ ଯୋଡିଥିଲେ ୧୧୫ ରନ୍‌। ୧୦ ଓଭରରେ ଉଭୟ ଖେଳାଳି ୧୧୫ ରନ୍‌ ଯୋଡି ବିଜୟ ଲକ୍ଷ୍ୟକୁ ସହଜ କରି ଦେଇଥିଲ। ଥରଙ୍ଗା ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରିଥିଲେ। ଦିଲସାନ ୪୨ ବଲ୍‌ ଖେଳି ୮ ଚୌକା ମାରିଥିଲେ। ଜାଏଣ୍ଟ୍ସ ପକ୍ଷରୁ ସମିତ ପଟେଲ, ବ୍ରେଟ୍‌ ଲି ଓ ମଣ୍ଟି ପାନେସର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉପୁଲ ଥରଙ୍ଗାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଓ୍ବାଲର୍‌ଡ ଜାଏଣ୍ଟ୍ସ: ୨୦ ଓଭରରେ ୧୪୭/୪ ( ଜ୍ୟାକ୍ସ କାଲିସ୍‌-୭୮*, ରସ୍‌ ଟେଲର-୩୨, ଲେଣ୍ଡଲ ସିମନ୍ସ-୧୭, ଅବଦୁର ରଜାକ୍‌-୨/୧୪, ଥିସାରା ପେରେରା-୧/୩୩)। ଏସିଆ ଲାୟନ୍ସ ୧୬.୧ ଓଭରରେ ୧୪୮/୩ (ଉପୁଲ ଥରଙ୍ଗା-୫୭, ତିଳକରତ୍ନେ ଦିଲସାନ୍‌-୫୮, ମଣ୍ଟି ପନିସର-୧/୨୧, ସମିତ ପଟେଲ୍‌-୧/୨୩, ବ୍ରେଟ୍‌ ଲି-୧/୩୧)।

Share