ସକାଳେ ଜିରା ମିଶା ଗୁଡ଼ପାଣି ପିଇଲେ ବହୁ ଉପକାର ହୋଇଥାଏ। ଏହା ଦ୍ୱାରା ପାଚନକ୍ରିୟା ସ୍ବାଭାବିକ ହେବା ସହିତ ରକ୍ତହୀନତାରୁ ମୁକ୍ତି ମିଳେ। ଏହା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ କରି ହାର୍ଟ ଆଟାକ୍ରୁ ମୁକ୍ତି ଦେଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଏହି ପାଣି ପିଇଲେ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ପେଟ ଦରଜ ଭଳି ସମସ୍ୟା ଦୂର ହୋଇଥାଏ। ମେଦବହୁଳତାରେ ଏହା ମହୌଷଧୀ ଭଳି କାମ କରେ ବୋଲି ଆୟର୍ବେଦରେ ପରାମର୍ଶ ଦିଆଯାଇଛି।