ଏସିଡିଟିରୁ ମୁକ୍ତି ପାଇଁ ଘରୋଇ ଉପଚାର

ଏସିଡିଟି ଏକ ସାଧାରଣ ସମସ୍ୟା। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଯେପରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ଅଧିକ ଚା ପିଇବା ଆଦି। ଏସିଡିଟି ଯୋଗୁ ପେଟ ଦରଜ, ମୁଣ୍ଡ ବିନ୍ଧା ବାନ୍ତି ଆଦି ହୋଇଥାଏ। ତେବେ କେତୋଟି ଘରୋଇ ଉପାୟ ଆପଣାଇ ଏହାକୁ ମୂଳରୁ ଦୂର କରାଯାଇ ପାରିବ।

ପ୍ରତିଦିନ ଖାଲି ପେଟରେ ଏକ ଚାମଚ ବେକିଂ ସୋଡାରେ ଲେମ୍ବୁ ରସ ମିଶାଇ ପିଇଲେ ଏଥିରେ ଉପସମ ମଳିଥିଏ।

ହେଙ୍ଗୁ ଏଥିପାଇଁ ବେସ୍‌ ଲାଭଦାୟକ। ଏକ ଗ୍ଲାସ୍‌ ପାଣିରେ ହେଙ୍ଗୁ ମିଶାଇ ପିଇଲେ ଲାଭ ମିଳିଥାଏ। ଦିନରେ ୨ରୁ ୩ ଥର ଏପରି କରିବା ଆବଶ୍ୟକ।

କ୍ଷୀରରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ସୁଫଳ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ହଜମ ମଧ୍ୟ ସଠିକ୍‌ ଭାବେ ହୋଇଥାଏ

ରସୁଣ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ।

ଅଦାକୁ ଛୋଟ ଛୋଟ ଖଣ୍ଡକରି ଘିଅରେ ମିଶାଇ ଖାଇପାରିବେ।

ଥଣ୍ଡା ପାଣିରେ ଭଜା ଜିରା ମିଶାଇ ପିଇବେ।