ନୂଆଦିଲ୍ଲୀ,୨୫।୯: ଏସିଡିଟିରୁ ମୁକ୍ତି ଲାଗି ଡାକ୍ତର ରାନିଟିଡିନ୍ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଏହାକୁ ଖାଇଲେ କ୍ୟାନସର ହେବାର ଆଶଙ୍କା ରହିଥାଏ ବୋଲି ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏହାର ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛିି। ଏନେଇ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଥିବା ନାଇଟ୍ରୋସେମିନ୍ କ୍ୟାନସର କରିଥାଏ ବୋଲି ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।