ଏସିଡିଟି ଦୂର କରେ ଚୁଇଙ୍ଗମ୍‌

ବ୍ୟସ୍ତବହୁଳ ଜୀବନ ଶୈଳୀ ଅନେକ ରୋଗର କାରଣ ପାଲଟୁଛୁ। ହେଲେ ସାମାନ ମାତ୍ର ସାବଧାନତା ଅନେକ ରୋଗକୁ ଦୂରେଇ ଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
-ଅନେକଙ୍କଠାରେ ଦେଖାଯାଉଥିବା ଏସିଡିଟି ସମସ୍ୟା ଯୋଗୁ ଛାତି ଜଳାପୋଡା ହୋଇଥାଏ। ପ୍ରଚୁର ପରିମାଣରେ ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ।
-ଛାତି ଜଲାପୋଡା ହେଉଥିଲେ ଚୁଇଙ୍ଗମ ଖାଆନ୍ତୁ। ଏହାଦ୍ୱାରା ପାଟିରୁ ନିର୍ଗତ ହେଉଥିବା ଲାଳ ପେଟକୁ ଗଲେ ଛାତିର ଜଳାପୋଡା ଭଲ ହୋଇଥାଏ।
-ଚୁଇଙ୍ଗମ ଖାଇଲେ ପାଟିର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।
-ଚୁଇଙ୍ଗମ ଖାଇବା ସମୟରେ ସାବଧାନତା ଅବଳମ୍ବନ କରିବା ଭଲ। ବିଶେଷ କରି ଛୋଟ ପିଲାମାନଙ୍କୁ ଅତ୍ୟଧିକ ଚୁଇଙ୍ଗମ ଖାଇବାକୁ ଦେବା ଠିକ୍‌ ନୁହେଁ।