ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏହି ଜୁସ୍‌ ପିଅନ୍ତୁ ଅଧାକପ୍‌…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ। ଏହି ଜୁସ୍‌କୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ। ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖେ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ହୋଇଥାଏ ଲାଭଦାୟକ । ମଧୁମେହ ରୋଗ ପାଇଁ ଏହାମହୋଷଧୀ ସଦୃଶ କାର୍ଯ୍ୟ କରେ। ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ। ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ। ତରଭୁଜ ଜୁସ୍‌ ମେଦବହୁଳତା କମାଇବାରେ ସାହାଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।