ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଯୋଗୁ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୌଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍-‘ସି’, ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ।