ଯୁଆଣି ଖାଦ୍ୟର ସ୍ବାଦ ବଢାଇବା ସହ ଏଥିରେ ଥିବା ଭିଟାମିନ୍ସ ଓ ମିନେରାଲ୍ସ ଶରୀରର ଅନେକ ସମସ୍ୟାକୁ ଠିକ୍ କରିଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ ଯୁଆଣି ଚା’ ପିଇଲେ ଲାଭ ମିଳିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଛନ୍ତି।
-ସକାଳୁ ଯୁଆଣି ଚା’ ପିଇଲେ ହୃଦଘାତ ସମସ୍ୟା ଦୂର ହୋଇଥାଏ। ଖାଲି ସେତିକି ନୁହେଁ ଏହାଦ୍ୱାରା ଅନ୍ତଃନଳୀ ସମ୍ବନ୍ଧୀୟ ସମସ୍ୟା ଠିକ୍ ହୋଇଥାଏ।
-ଏସିଡିଟି ସମସ୍ୟା ଥିଲେ ନିୟମିତ ଭାବେ ଏକ ସପ୍ତାହ ସକାଳୁ ଯୁଆଣି ଚା’ ପିଇଲେ ଏହା ଠିକ୍ ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ।
-ଯୁଆଣି ଚା’ ପ୍ରସ୍ତୁତ କରିବା ପାଇଁ ଏକ କପ୍ ପାଣି ସହ ଅଳ୍ପ ଯୁଆଣି ଗୋଟିଏ ଗୁଜୁରାତି ଓ ଅଳ୍ପ ପାନ ମଧୁରୀ ପକାଇ ଭଲଭାବେ ଫୁଟାଇ ଛାଣି ପିଇଲେ ଉପରୋକ୍ତ ଲାଭ ମିଳିଥାଏ।