Advertisement

ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ,୧୩।୧: ଦେଶରେ ଏସିଡ୍‌ ଆଟାକ୍‌ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏବେ ଏହି ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଉତ୍ତରାଖଣ୍ଡ ସରକାର ଯୋଜନା କରୁଥିବା ସୋମବାର ମନ୍ତ୍ରୀ ରେଖା ଆର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏମିତି ପୀଡିତାଙ୍କୁ ମାସକୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍‌ ଦେବାକୁ ସରକାର ଚିନ୍ତା କରୁଛନ୍ତି। ଫଳରେ ଏମାନେ ସ୍ବାଧୀନ ହେବା ସହ ଆର୍ଥିକ ସ୍ତରରେ ମଜଭୂତ ହୋଇପାରିବେ ଓ ଅନ୍ୟମାନଙ୍କ ଭଳି ଭଲ ଜୀବନ ବିତାଇ ପାରିବେ। ଏହି ଯୋଜନା ଖୁବ୍‌ଶୀଘ୍ର ଲାଗୁ ହେବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share