ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଦିଲ୍ଲୀରେ ଏସିଡ୍ ପୀଡିତାଙ୍କୁ ଭେଟିଛନ୍ତି। ଦୀପିକାଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ମେଘନା ଗୁଲଜାର ଏବଂ ସହଅଭିନେତା ବିକ୍ରାନ୍ତ ମେସି ମଧ୍ୟ ଉପସ୍ଥିତ ଥିଲେ। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବ। ନିକଟରେ ଦୀପିକା ନିଜର ୩୪ତମ ଜନ୍ମଦିନ ପାଳନ କରିଥିଲେ। ଏହି ଦିନଟିକୁ ସେ ଏସିଡ ପୀଡିତାଙ୍କ ସହ ବିତାଇଲେ। ‘ଛପାକ’ ଫିଲ୍ମଟି ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମରେ ଦୀପିକା ମାଳତି ନାମକ ଜଣେ ଏସିଡ ପୀଡିତା ଯୁବତୀଙ୍କ ଚରିତ୍ରରେ ନଜର ଆସିବେ। ଦୀପିକାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ଜଣେ ଖବରଦାତା ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ।