ଏସିଡ୍‌ ପୀଡିତାଙ୍କ ସହ ଜନ୍ମଦିନ ପାଳିବେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୫ ତାରିଖରେ ଦୀପିକା ନିଜର ୩୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏଥର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଦୀପିକା ଏକ ନିଆରା ପଦକ୍ଷେପ ନେଇଛନ୍ତି। ଏଥର ସେ କୌଣସି ଗ୍ରାଣ୍ଡ୍‌ ପାର୍ଟି ଦେବେନି କି କୌଣସି ସ୍ଥାନକୁ ବୁଲିବାକୁ ଯିବେନି। ଏହିଦିନଟିକୁ ସେ ଏସିଡ୍‌ ପୀଡିତାଙ୍କ ସହ ବିତାଇବେ ବୋଲି ଜଣାପଡିଛି। ‘ଛପାକ୍‌’ ଫିଲଟି ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମରେ ଦୀପିକା ମାଳତି ନାମକ ଜଣେ ଏସିଡ୍‌ ପୀଡିତା ଯୁବତୀଙ୍କ ଚରିତ୍ରରେ ନଜର ଆସିଛନ୍ତି। ଦୀପିକାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ଜଣେ ଖବରଦାତା ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦମ୍‌ଦାର ଟ୍ରେଲରକୁ ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିଛି।

Share