ବ୍ରହ୍ମପୁର ଅଫିସ,୨୯ା୫: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପାଣିଗ୍ରାହୀ ପେଣ୍ଠସାହିରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ୩ ଜଣଙ୍କ ଜୀବନ ଚାଲିଯାଇଛି। ଘରେ ଲାଗିଥିବା ଏସିରେ ନିଆଁ ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଏପରି ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ଅଞ୍ଚଳରେ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଅଲେଖ ଚୌଧୁରୀଙ୍କ ଘର ଭିତରେ ଏସିରେ ନିଆଁ ଲାଗିଥିଲା। ଘର ଭିତରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଲେଖଙ୍କ ଶଳା ଭଗବାନ ପାତ୍ର ଏବଂ ସୁନୀଲ ବେହେରା ନାମକ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, ଗଞ୍ଜାମ