Advertisement

ଏସିର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟପକ୍ଷେ ହାନିକାରକ, ହୋଇଥାଏ ଅନେକ ସମସ୍ୟା: ଜାଣନ୍ତୁ..

ଖରାଦିନ ଆସିବା ମାତ୍ରେ ଏସି ଲାଗିବା ଆରମ୍ଭ ହୋଇଯାଏ। ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି। ମାତ୍ର ଏସିରେ ବସିବା ଦ୍ୱାରା ଯେତିକି ଲାଭ ମିଳିଥାଏ, ତା’ଠାରୁ ଅଧିକ କ୍ଷତି ହୋଇଥାଏ। ଜାଣନ୍ତୁ ସେ ବିଷୟରେ।

ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ପାଇଁ କ୍ଷତିକାରକ: ଏସିର ଅପ୍ରାକୃତିକ ଥଣ୍ଡା ତ୍ୱଚା ଏବଂ କେଶ ପାଇଁ କ୍ଷତିକାରକ। ଏହାଦ୍ୱାରା ତ୍ୱଚା ଶୁଷ୍କ ହେବା, ଶରୀର ଦରଜ ଲାଗିବା, ଓଠ ଫାଟିବା ପରି ସମସ୍ୟା ଦେଖାଦେଇଥାଏ। ଏଥିସହ ହାଲିଆ ଲାଗିବା, ଜ୍ୱର ଲାଗିବା, ମୁଣ୍ଡ ବିନ୍ଧା ହୋଇଥାଏ।

ଆଣ୍ଠୁ ଦରଜ: ଏସିର କମ୍‌ ତାପମାତ୍ରାରେ ଅଧିକ ସମୟ ପର୍ଯ୍ୟନ୍ତ ବସିରହିବା ଦ୍ୱାରା ଆଣ୍ଠୁ ସାଙ୍ଗକୁ ଶରୀରର ସମସ୍ତ ଗଣ୍ଠି ଦରଜ ହୋଇଥାଏ। ଭବିଷ୍ୟତରେ ଏହା ବଡ଼ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଥାଏ।

ଆଖି ଶୁଖିଲା ହେବା: ଲଗାତାର ଏସିରେ ବସି ରହିବା ଦ୍ୱାରା ଆଖି ଶୁଷ୍କ ହୋଇଯାଏ। ଆଖିରୁ ପାଣି ବାହାରିବା ସହ ପୋଡିବା ଏବଂ କୁଣ୍ଡେଇ ହେବା ପରି ସମସ୍ୟା ଦେଖାଦେଇଥାଏ।

ନିଃଶ୍ୱାସ ନେବାରେ କଷ୍ଟ: ଅଧିକ ଦିନ ପର୍ଯ୍ୟନ୍ତ ଏସି ସଫା ନ କରିବା ଦ୍ୱାରା ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଫଳରେ ଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। କାଶ ଏବଂ ଛିଙ୍କ ମଧ୍ୟ ହୋଇଥାଏ।

ମସ୍ତିଷ୍କ ଉପରେ ଖରାପ ପ୍ରଭାବ: ଏସିର ତାପମାତ୍ରା କମ୍‌ ହେବା ଦ୍ୱାରା ମସ୍ତିଷ୍କର କୋଶିକାଗୁଡିକ ସଙ୍କୁଚିତ ହୋଇଥାଏ। ଯାହା ଫଳରେ ମସ୍ତିଷ୍କର କ୍ଷମତା ପ୍ରଭାବିତ ହୋଇଥାଏ। ଏଥିସହ ଅଧିକାଂଶ ସମୟରେ ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel