Categories: ଖେଳ

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ବୁଧବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ମାତ୍ର ୩ ରନରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ହାରି ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଛି।
ସ୍ଥାନୀୟ ଶେର୍‌ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୬୭ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍‌ ଓମାୟର ୟୁସୁଫ ୬୬, ହାଇଦର ଅଲି ୪୩, ସଇଫ ବାବର ୪୭*, ଅଧିନାୟକ ରୋହିଲ୍‌ ନାଜିର୍‌ ୩୫ ଓ ଇମ୍ରାନ ରଫିକ୍‌ ୨୮ ରନ କରିଥିଲେ। ଭାରତ ପକ୍ଷରୁ ଶିଭମ ମାଭି, ସୌରଭ ଦୁବେ ଓ ହ୍ରିତିକ ସୋକିନ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଭାରତ ଅଧିନାୟକ ଶରଥ ବି.ଆର୍‌. (୪୭ ରନ), ସନବୀର ସିଂ (୭୬), ଅର୍ମାନ ଜାଫର (୪୩) ଓ ଚିନ୍ମୟ ସୂତାର (୨୮*)ଙ୍କ ଉପଯୋଗୀ ବ୍ୟାଟିଂ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ବିନିମୟରେ ୨୬୪ ରନ କରି ଅଳ୍ପକେ ପରାଜୟବରଣ କରିଥିଲା। ଅନ୍ତିମ ଓଭରରେ ଜିତିବା ପାଇଁ ଭାରତକୁ ୭ ରନ ଆବଶ୍ୟକ ହେଉଥିବାବେଳେ ସୂତାର କ୍ରିଜରେ ଥିଲେ ମଧ୍ୟ ଏହାକୁ ସଂଗ୍ରହ କରିପାରି ନ ଥିଲେ।

Share