ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସ୍ମାର୍ଟ ପୋଲିଂ ବୁଥ୍। ସ୍ଥାନୀୟ କଞ୍ଚନବାଗ୍ ସ୍ଥିତ ଜାଲ ସଭାଗୃହରେ ଥିବା ଏହି ବୁଥ ନମ୍ବର ୨୧୫ରେ ଭୋଟରଙ୍କ ଅନେକ ସୁବିଧା ସୁଯୋଗ ରହିଛି। ବସିବା ପାଇଁ ଚେୟାର, ପିଇବା ପାଇଁ ପାଣି, ଛୋଟ ପିଲାଙ୍କ ଖେଳିବା ପାଇଁ ସ୍ଥାନ ତଥା ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ନେବା ଆଣିବା ପାଇଁ ଯାନ ଓ ହ୍ବିଲ୍ ଚେହାର ରହିଛି। ଇନ୍ଦୋର ମ୍ୟାନେଜମେଣ୍ଟ ଆସୋସିଏସନ୍, ନଗର ନିଗମ ଏବଂ ଜିଳା ପ୍ରଶାସନର ମିଳିତ ସହଯୋଗରେ ଏହି ବୁଥ୍କୁ ନିର୍ମାଣ କରାଯାଇଛି। ଇନ୍ଦୋର ସ୍ମାର୍ଟ ସିଟି ହୋଇଥିବାରୁ ଏହି ବୁଥ୍କୁ ମଧ୍ୟ ସ୍ମାର୍ଟ ଭାବେ ନିର୍ମାଣ କରାଯାଇଥିବା କୁହାଯାଉଛି।