Categories: ଖେଳ

ଏସୀୟ ଜୁନିୟର କରାଟେରେ ଓଡ଼ିଶାର ୪ ପ୍ରତିଯୋଗୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ମାଲେସିଆର କୋଟା ବିନାବାଲୁଠାରେ ଶନିବାରଠାରୁ ୧୮ତମ ଏ.କେ.ଏଫ. କ୍ୟାଡେଟ ଜୁନିୟର ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ପ୍ରତିଯୋଗୀ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସମ୍ପ୍ରତି ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନ୍ତର୍ଜାତୀୟ ଖେଳାଳି ପାୟଲ ବରାଳ ୨୧ ବର୍ଷରୁ କମ୍‌ ଫାଇଟ୍‌ରେ ଏବଂ ସରଣ୍ୟା ରାଏ, ତେଜସ୍ବୀ ମହାପାତ୍ର ଓ ଆଦ୍ୟାଶା ସାମନ୍ତରାୟ ମହିଳା ଟିମ୍‌ କାଟାରେ ଭାଗ ନେଇଛନ୍ତି। ୪ ଜଣ ଯାକ ଖେଳାଳି କୋରାପୁଟ ବାସିନ୍ଦା। ଇତିମଧ୍ୟରେ ସେନ୍‌ସେଇ ରାଜୀବ ସିଂ ଏକେଏଫ କୋଚ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ ପକ୍ଷରୁ ସମସ୍ତ ପ୍ରତିଯୋଗୀ ଓ କୋଚ୍‌ ରାଜୀବଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Share