Categories: ବାଣିଜ୍ୟ

ଏସ୍‌ପ୍ଲାନେଡ୍‌ରେ ମୋଚିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨।୯: ଦେଶର ଅଗ୍ରଣୀ ସୁଜ୍‌ସ ଆଣ୍ଡ ଆସେସୋରିଜ ବ୍ରାଣ୍ଡ୍‌ ମୋଚିର ନୂତନ ତଥା ଏକ୍ସକ୍ଲୁସିଭ ଆଉଟେ୍‌ଲଟ୍‌ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ପ୍ଲାନେଡ ଓ୍ବାନ୍‌ ମଲ୍‌ର ସେଣ୍ଟର ହେଡ୍‌ ପାର୍ଥପ୍ରତୀମ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୋଚିର ଆର୍‌ଏମ୍‌ ଅନସ୍‌ବାର ସାହାଣୀ, ସିଟି ମ୍ୟାନେଜର ଇର୍‌ଫାନ ଅଲ୍ଲୀ ଏବଂ ଆଉଟଲେଟ (ଶୋ’ରୁମ୍‌) ମ୍ୟାନେଜର ଏସ୍‌.କେ. ସୋଏବ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ଏସ୍‌ପ୍ଲାନେଡ୍‌ ଓ୍ବାନ ମଲ୍‌ର ଶପ୍‌ ନମ୍ବର-୧ ଗ୍ରାଉଣ୍ଡ ଫ୍ଲୋରରେ ମୋଚି ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋରର ଉଦ୍‌ଘାଟନୀ ଅଫର ଘୋଷଣା କରାଯାଇଛି। ଏପରି କି ମୋଚିର ସମସ୍ତ ସୁଜ୍‌ସ ଆଣ୍ଡ ଆସେସୋରିଜ ବ୍ରାଣ୍ଡ୍‌ ଉପରେ ଗ୍ରାହକମାନେ ଫ୍ଲାଟ ୨୦%ର ରିହାତି ପାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ଏହି ଅଫର ଶନିବାର (୨୦୨୩ ସେପ୍ଟେମ୍ବର ୨) ଶେଷ ହେଉଛି।

Share