ଏସ୍‌ସିବିରେ ପ୍ରଥମଥର ହେମୋଫିଲିଆ ଅସ୍ତ୍ରୋପଚାର ସଫଳ

କଟକ,୩।୧।୧(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ପ୍ରଥମଥର ପାଇଁ ହେମୋଫିଲିଆ ରୋଗର ଅସ୍ତ୍ରୋପଚାର ସଫଳ ହୋଇଛି। ଫଳରେ ରୋଗୀ ଜଣଙ୍କ ସୁସ୍ଥ ହେବାରୁ ମଙ୍ଗଳବାର ଏସ୍‌ସିବିରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ବାଲେଶ୍ୱର ଜିଲା ହଳଦିଆପଡା ଅଞ୍ଚଳର ଚନ୍ଦନ ମହାଲିକ ୨୦୨୩ ଜୁଲାଇ ୬ ତାରିଖରେ ଦୁର୍ଘଟଣାର ଶିକାର ହେବାରୁ ଗୋଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ଲାଗି ତାଙ୍କୁ ବାଲେଶ୍ୱର ମେଡିକାଲ ପରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ହେମାଟୋଲୋଜି ବିଭାଗରେ ଚିକିତ୍ସା ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଗୋଡ଼ ଭଲ ହୋଇ ନ ଥିଲା। ପୁନର୍ବାର ସେ ୨୦୨୩ ସେପ୍ଟେମ୍ବର ୧୬ରେ ଏସ୍‌ସିବିର ହେମାଟୋଲୋଜି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତଥାପି ସେ ଭଲ ହୋଇ ନ ଥିଲେ। ୨୦୨୩ ଡିସେମ୍ବର ୩୦ ତାରିଖରେ ମେଡିକାଲକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେମାଟୋଲୋଜି ବିଭାଗରେ ତାଙ୍କର ଚିକିତ୍ସା କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡା. ବିଭୂତି ଭୂଷଣ ନାୟକ ଓ ହେମାଟୋଲୋଜି ବିଭାଗ ମୁଖ୍ୟ ଆର୍‌.କେ. ଜେନାଙ୍କ ନେତୃତ୍ୱରେ ଗତ ୧୧ ତାରିଖରେ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କୁ ଫ୍ୟାକ୍ଟର-୭ର ୩୫ ସିସି ଡୋଜ୍‌ର ମେଡିସିନ ଦିଆଯାଇଛି, ଯାହାର ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା। ୭ ଦିନ ଧରି ଏହି ଡୋଜ୍‌ ଦିଆଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ହେମୋଫିଲିଆ ରୋଗ ରକ୍ତସ୍ରାବର ଲକ୍ଷଣକୁ କୁହାଯାଏ। ରୋଗୀ ଶରୀରର କୌଣସି ସ୍ଥାନ କଟିଗଲେ ରକ୍ତସ୍ରାବ ବନ୍ଦ ହୋଇ ନ ଥାଏ। ଏ ସମ୍ପର୍କରେ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡା. ନାୟକ କହିଛନ୍ତି, ବହୁ କମ୍‌ ଲୋକଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଦେଖାଦେଇଥାଏ। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ପ୍ରଥମଥର ପାଇଁ ଏଭଳି ରୋଗର ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କୁ ପ୍ରଥମେ ଫ୍ୟାକ୍ଟର-୮ ଡୋଜ୍‌ ଦିଆଯାଇଥିଲା। ହେଲେ ରକ୍ତସ୍ରାବ ବନ୍ଦ ନ ହେବାରୁ ଫ୍ୟାକ୍ଟର-୭ ଡୋଜ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ରୋଗୀ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image