ଏସ୍‌ଇଏମ୍‌ଙ୍କୁ ବାନ୍ଧିଲେ ଗ୍ରାମବାସୀ

ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର ଭାଲିଆପୁଷି ଗ୍ରାମରେ ଅଚଳ ନଳକୂପକୁ ତୁରନ୍ତ ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଗୁରୁବାର ଏହାକୁ ମରାମତି କରିବାକୁ ଯାଇଥିବା ପଞ୍ଚାୟତସ୍ତରୀୟ ସ୍ବାବଲମ୍ବୀ କାରିଗର(ଏସ୍‌ଇଏମ୍‌) କୈଳାସ ବେହେରା ଆକ୍ରୋଶର ଶିକାର ହୋଇଛନ୍ତି। ଲୋକେ ତାଙ୍କୁ ବାନ୍ଧି ପକାଇବା ସହ ଗରା, ବାଲଟି ରଖି ଏହାର ଭିଡିଓ ଉତ୍ତୋଳନ କରି ଏହାକୁ ବିଡିଓ, ଜେଇ, ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ ପଠାଇଥିଲେ। ପ୍ରଶାସନସ୍ତରରେ ଏ ସମ୍ପର୍କରେ ଅବଗତ ହେବା ପରେ ବିଡ଼ିଓ ଅନିତା ନାୟକ ଜେଇଙ୍କୁ ସମସ୍ତ ବିଷୟ ଅବଗତ କରାଇ ଜରୁରୀକାଳୀନ ଭିତ୍ତିରେ ନଳକୂପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ଆରଡବ୍ଲ୍ୟୁଏସ୍‌ଏସ୍‌ର ଜେଇ ହରେନ୍ଦ୍ର ବେହେରା ନଳକୂପର ସମସ୍ତ ଯନ୍ତ୍ରପାତି ସରପଞ୍ଚଙ୍କ ସହ ପଠାଇବା ପରେ ଏସ୍‌ଇଏମ୍‌ ମରାମତି କାର୍ଯ୍ୟ କରିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୧୪।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ହାତୀ ଉପଦ୍ରବ। ହାତୀ...

ମକର ମେଳା: କାଳିଜାଇ ପୀଠ ଭକ୍ତମୟ

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଲିଯାଇଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଆଜି ଭୋରରୁ କୃଷ୍ଣପ୍ରସାଦ ଜେଟି, ସାତପଡା, ରମ୍ଭା, ବଡକୁଳ,...

ସାମ୍ପଲ ଔଷଧର କଳା ବଜାରକୁ ନେଇ ଚଢ଼ାଉ

ପାରଳାଖେମୁଣ୍ଡି,୧୪।୧(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରିପଡାଠାରେ ଥିବା ଶଶି ଔଷଧ ଦୋକାନ ଉପରେ ଡ୍ରଗ ନିରୀକ୍ଷକଙ୍କ ଅଚାନକ ଚଢ଼ାଉ ହୋଇଛି ।...

ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ...

ଚାକିରି କରାଇଦେବା ନେଇ ଲୁଟି ନେଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ

ହିଞ୍ଜିଳିକାଟୁ, ୧୪ା୧(ଦ୍ବିତୀକୃଷ୍ଣ ପଣ୍ଡା): ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକିଥିବା ୨ ଦମ୍ପତିଙ୍କୁ ଉତ୍ୟକ୍ତ ଲୋକମାନେ ହିଞ୍ଜିଳି ଥାନାରେ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ...

ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର...

ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଉତ୍ତରାୟଣରେ ଗତି କରିବେ ସୂର୍ଯ୍ୟଦେବ

ଭୁବନେଶ୍ୱର,୧୪ା୧: ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri