ଏସ୍‌ଇସିସି ତାଲିକାରେ ଭୁଲ୍‌ଭଟକା: ଆବାସ ଯୋଜନାରୁ ବଁଚିତ୍‌ ୩୪ ଆଦିବାସୀ ପରିବାର

 

ଲାଠୋର, ୧୧।୨ (ଡି.ଏନ୍‌.ଏ.)-
କେନ୍ଦ୍ର ସରକାର ୨୦୧୧ ସାଲେ ସାରାଦେଶରେ ଏସ୍‌ଇସିସି(ସାମାଜିକ, ଆର୍ଥତ୍କ, ଜାତି ଭିତ୍ତିକ) ଜନଗଣନା କରେଇଥିଲେ। ସେ ହିସାବେ ଆମର ରାଏଜେ ବି ସରକାରୀ କରମ୍‌ଚାରୀମାନେ ଘର ଘର ବୁଲି ଇ ଜନଗଣନା କରିଥିଲେ। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନ୍‌ଭାବ, ଭୁଲଭଟକା ଲାଗି ଅନେକ ଗରିବ୍‌ ଦୁଖିକଁର ନଁା ତାଲିକାରୁ ବାଦ୍‌ ପଡ଼ିଥିଲା। ସେ ସବୁକେ ସୁଧାରବାର ଲାଗି ୨୦୧୭ରେ ଚେଷ୍‌ଟା କରାଯାଇଥିଲା। ହେଲେ ସେଥ୍‌ରେ ବି ଅନେକ୍‌ ଗରିବ୍‌ ଦୁଖି ତାଲିକାରୁ ବାଦ୍‌ ପଡ଼ିଥିଲେ। ଯେନ୍‌ଥିରଲାଗି ଇ ଗରିବ୍‌ ଦୁଖି ପରିବାରମାନେ ଏହେଦେ ଭିନେ ଭିନେ ସରକାରୀ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ସାନଗୁର୍ଜିଭଟା ଗଁା ପାଲିପଡ଼ାରେ।
ସୂଚନା ଅନ୍‌ସାରେ ସାନଗୁର୍ଜିଭଟା ପାଲିପଡ଼ାରେ ବହୁତ୍‌ ବଛର ହେଲା ପାଖାପାଖି ୪୦ ଆଦିବାସୀ ପରିବାର ବାସ୍‌ କରୁଛନ୍‌। ପଡ଼ାର ବଡ଼ଭାଗି ଲୋକ୍‌ ନିହାତି ଗରିବ୍‌ ହେଇଥିଲାବେଲେ ହାତ୍‌ଗନତି କେତେ ଲୁକ୍‌କର ଅଲପ ଜମିବାଡ଼ି ଅଛେ। ଯେନ୍‌ମାନକର ଜମିବାଡ଼ି ଅଛେ ସେମାନେ ଚାଷ୍‌ବାସ କରି ଚଲୁଛନ୍‌। ବାକି ପରିବାରମାନେ କୁଲିମଜୁରି କରବାର ସଂଗେ ଅନେକ ସମିଆରେ ବାହାର ରାଏଜ୍‌କେ ଦାଦନ ଯାଇ କୁଟୁମ ପୁଷୁଛନ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ଭଲ ଘରଖଁଡ଼େ ତିଆରିବାରଟା ଇ ଗରିବ୍‌ ପରିବାରମାନକର ଲାଗି ସପନ୍‌ ପାଲଟିଛେ। ଇ ପରିବାରମାନେ ମାଏଟ୍‌ ଖପର ଘରଖଁଡ଼େ ଲେଖେଁ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ୨୦୧୧ ସାଲେ ସରକାରୀ କରମ୍‌ଚାରୀମାନେ ଘର ଘର ବୁଲି ଏସ୍‌ଇସିସି ତାଲିକା ତିଆର କରିଥିଲେ। ହେଲେ ଇ ଏସ୍‌ଇସିସି ତାଲିକାରୁ ପଡ଼ାର ୩୪ ନିହାତି ଗରିବ୍‌ ଆଦିବାସୀ ପରିବାର ବାଦ୍‌ ପଡ଼ିଥିଲେ। ଇଆଡ଼େ ଏସ୍‌ଇସିସି ତାଲିକାରେ ନଁା ଥିବାର ପରିବାରକେ ଆବାସ ଯୋଜନାରେ ସାମିଲ କରାଯିବା ବଲି ସରକାରୀ ନିୟମ ରହିଛେ। ଏନ୍‌ତାଥି ଇ ଗରିବ୍‌ ପରିବାରମାନେ ସରକାରକଁର ଆବାସ ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଇଛନ୍‌। ଇ ପରିବାରମାନେ ବାରବାର ସରକାରୀ କରମ୍‌ଚାରୀ, ଜନପରତିନିଧିକୁଁ ତାକର ନଁା କହିଁର ଲାଗି ତାଲିକାରେ ନଁାଇଁନ, କେନ୍‌ଥେଇ ତାଲିକାରେ ସାମିଲ ହେଇପାରବେ ପଚ୍‌ରାଲେ କେହି ଉତର ଫିରେଇ ନାଇଁପାରବାର। ଏନ୍‌ତାଥି ଉପେ ଶୂଇନ୍‌ ଇ ନିରିହ ପାରିବାରମାନେ ନିରାଶ ହେଇଯାଇଛନ୍‌। ଇ ଦିଗେ ରାଏଜ୍‌ ସରକାର ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସାଧାରନରେ ଦାବି ହେଉଛେ।