ଏସ୍‌ଏଚଜି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜଳେଶ୍ୱର, ୧୦।୬(ସ୍ବ.ପ୍ର.)-ମାଇକ୍ରୋ ଫାଇନାନ୍ସ, କେତେକ ବ୍ୟାଙ୍କ ଋଣ ଆଦାୟ ଲାଗି ଏସ୍‌ଏଚ୍‌ଜି ଉପରେ ବାରମ୍ବାର ଜୁଲମ୍‌ କରିବା ବନ୍ଦ କରିବା, ଲକ୍‌ଡାଉନ ଆଇନ ଊଲ୍ଲଂଘନ କରି ଘରକୁ ଆସି ଋଣ କିସ୍ତି ମାଗିବା ଆଦି ୩ ଦଫା ଦାବି ନେଇ ବାଲେଶ୍ୱର ଜିଲାର ଜଳେଶ୍ୱର ଅଞ୍ଚଳର ବହୁ ସ୍ବୟଂ ସହାୟିକା ଗୋଷ୍ଠୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଦିପ୍ତିରଞ୍ଜନ ସେଠୀଙ୍କୁ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମସ୍ତ ଗୋଷ୍ଠୀଙ୍କୁ ଋଣ ଛାଡ଼ କରିବା, ଯୋଗ୍ୟ ହିତାଧିକାରୀ ଚୟନ କରି ରାଶନକାର୍ଡ ଯୋଗାଇବା, ଜଳେଶ୍ୱର ପୌରପରିଷଦକୁ ମିଶନ ଶକ୍ତିର ସୁବିଧା ଯୋଗାଇବା ଦାବିରେ ଶତାଧିକ ମହିଳା ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ। କରୋନାର ଭୟାବହତା ଏବଂ ଶଟ୍‌ଡାଉନ ଓ ଲକ୍‌ଡାଉନ ଯୋଗୁ ଲୋକଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଥିବା ବେଳେ ମାଇକ୍ରୋ ଫାଇନାନ୍ସର ଜୁଲମ୍‌ ବେଡି ଉପରେ କୋରଡା ସଦୃଶ ହୋଇଛି ା ବହୁ ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉପତ୍ାଦିତ ଜିନିଷକୁ ବିକ୍ର କରି ନ ପାରିବା, ମାଇକ୍ରୋ ଫାଇନାନ୍ସର ଜୁଲମ୍‌ ବିରୋଧରେ ସେମାନେ ସ୍ବର ଉତ୍ତୋଳନ କରିଛନ୍ତି। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ସାମ୍ପ୍ରତିକ ପରିସ୍ଥିତିରେ ସୁଧ ନ ନେବା ଓ ଋଣର କିସ୍ତି ଆଦାୟ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି ଜଣାଇଛନ୍ତି ା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ପକ୍ଷରୁ ରାଧାରାଣୀ ପାତ୍ର, ମାଳତୀ ଦତ୍ତ, ମାଧବୀ ଧଳ, ମମତା ଚୌଧୁରୀ, ବାସନ୍ତୀ ପାଳ, ଲିପିକା କଟାଲ, ସରୋଜିନୀ ରାୟ, କାକଳୀ ଦତ୍ତ, ସୁଷମା ଦେ, ରେବତୀ ପାତ୍ର, ରୁପ୍‌ସାନା ବିବି, ନଜିମା ବିବି, ସାବାନା ବିବି, ବୁଧୁନୀ ସିଂ, ମଂଜୁ ନାୟକ, ଜମୁନା ଜେନା, ରାଇମା ଖାତୁନ୍‌ ଛବି ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି।