ଏସ୍‌ଏଚ୍‌ଜି ବାଣ୍ଟିଲା ଶୁଖିଲା ଖାଦ୍ୟ

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ମଝିସାହି ଶକ୍ତି ଓମ୍‌ ସାଇ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଦିନମଜୁରିଆମାନେ କାମଧନ୍ଦା ପାଉନାହାନ୍ତି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଏହାକୁ ନଜରରେ ରଖି ଏସ୍‌ଏଚ୍‌ଜି ପକ୍ଷରୁ ଗୋଡ଼ିସାହି, କୁଶୁପଦା, ଖୋଲସାହି, ଶାଗୁଆନ ସାହି, କାଉଚି ସାହିର ୮୦ଜଣଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏଚ୍‌ଏଚ୍‌ଜି ସଦସ୍ୟାମାନେ ମିଳିତ ଭାବେ ପାଣ୍ଠି ଆଦାୟ କରି ଏହି କାର୍ଯ୍ୟ କରିଥିଲେ। ଏଥିସହ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ଉପରେ ସଚେତନ କରିଥିଲେ। ଏସ୍‌ଏଚ୍‌ଜି ସଭାନେତ୍ରୀ ପଲ୍ଲବୀ ମହାପାତ୍ର, ସମ୍ପାଦିକା ଊର୍ମିଳା ସାହୁ, ନିରୁପମା ସାହୁ, ରାଜେଶ୍ୱରୀ ସାହୁ ପ୍ରମୁଖ ଏଥିରେ ସାମିଲ ଥିଲେ।

Share