ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ ଅବା ୨୦୧୮ରେ ତିତ୍‌ଲି  ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ ହାନୀ ହୋଇଛି। ଥରେ ବାତ୍ୟା ଏବଂ ବନ୍ୟା ହେଲା ପରେ ପ୍ରଭାବିତଙ୍କୁ ଯେଉଁ ସରକାରୀ ସହାୟତା ମିଳେ, ତାହା ଖୁବ୍‌ କମ୍‌ । ତେବେ ଗଂଜାମ ଜିଲାର ବାସିନ୍ଦାଙ୍କୁ ବାତ୍ୟା ଏବଂ ବନ୍ୟାର କ୍ଷୟକ୍ଷତିରୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଛି ଜିଲା ପ୍ରଶାସନ ।

ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ୍‌ ଦେବା ପାଇଁ ଜିଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ଜିଲାର ୨୨ହଜାରରୁ ଉର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରେ ସାମିଲ୍‌ କରାଯିବ ।

ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ଏବଂ ବନ୍ୟାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି।  ଗର୍ଭବତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି ଆଦି ପଦକ୍ଷେପ ନିଆଯାଏ । ତେବେ ଦେଖିବାକୁ ମିଳିଛି ଯେ, ମୁକାବିଲା ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ବେଳେ ପ୍ରଶାସନ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ରହୁଛି ମାନବ ସମ୍ବଳର ଅଭାବ । କେବଳ ସରକାରୀ କର୍ମଚାରୀମାନେ ଯଥେଷ୍ଟ ହେଉନାହାନ୍ତି। ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାମିଲ୍‌ କରାଯିବ । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉ ଅବା ଖାଦ୍ୟ ପ୍ରଦାନ, ଏସବୁ କାର୍ଯ୍ୟକ୍ରମରେ ସେମାନଙ୍କୁ ବ୍ୟବହାର କରାଯିବ । ସରକାରଙ୍କ ବିଭିନ୍ନ ବିଭାଗରେ ସ୍ବତନ୍ତ୍ର ତାଲିମଦାତା ରହିଛନ୍ତି । ପ୍ରଥମେ ଏହି ତାଲିମଦାତାଙ୍କୁ ତାଲିମ୍‌ ପ୍ରଦାନ କରାଯିବ ।

ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ ଆଦି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ଏହି ତାଲିମଦାତାଙ୍କୁ ତାଲିମ୍‌ ଦେବେ । ପରେ ଏହି ତାଲିମଦାତାମାନେ ବ୍ଲକ ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତାଲିମ୍‌ ପ୍ରଦାନ କରିବେ । ପ୍ରଥମେ ଗୋଷ୍ଠୀଗୁଡ଼ିକର ସଭାନେତ୍ରୀମାନଙ୍କୁ ଏବଂ ପରେ ସଦସ୍ୟାମାନଙ୍କୁ ତାଲିମ୍‌ ପ୍ରଦାନ କରାଯିବ । ମୁଖ୍ୟତଃ ବାତ୍ୟା, ବନ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ଦୁର୍ଘଟଣା, ସାପ କାମୁଡ଼ା ଏବଂ ଭାସିଯାଉଥିବା ବେଳେ କେମିତି ଉଦ୍ଧାର କରାଯିବ ସେନେଇ ତାଲିମ୍‌ ଦିଆଯିବ । ବର୍ତ୍ତମାନ ତାଲିମ୍‌ ସଂପର୍କରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଖୁବ୍‌ ଶୀଘ୍ର ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ଯୋଜନାର ସଫଳତାକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବେଳେ ମାନବ ସମ୍ବଳ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ମିଶନ୍‌ ଶକ୍ତି ଏବଂ ଅନ୍ୟାନ୍ୟ ଯୋଜନାଗୁଡ଼ିକ ଦ୍ୱାରା ସରକାରଙ୍କ ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆମତ୍ନିର୍ଭରଶୀଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

ବିପର୍ଯ୍ୟୟ ମୁକାବିଲ୍‌ ତାଲିମ୍‌ ଏହି ଦିଗରେ ଆଉ ଏକ ଉଦ୍ୟମ । ଅନ୍ୟପଟେ ଗୋଷ୍ଠୀଗୁଡ଼ିକ ତରଫରୁ ମଧ୍ୟ ପ୍ରଶାସନକୁ ଏହି ପଦକ୍ଷେପକୁ ପ୍ରସଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି...

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ଦିଗପହଣ୍ଡିରେ ରାଷ୍ଟ୍ରୀୟ ପୋଷଣ ପକ୍ଷ ପାଳିତ

ଦିଗପହଣ୍ଡି,୧୫ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ବ୍ଲକ୍‌ ସଦର ମହକୁମାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ସ୍ଥାନୀୟ...

ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା; ତହସିଲଦାରଙ୍କୁ ସ୍ମାରକପତ୍ର ଦେବା ପରେ ବିଧାୟକଙ୍କୁ ଭେଟିଲେ ଗ୍ରାମବାସୀ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରେ ଉପ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣକୁ କେନ୍ଦ୍ରକରି ଗତ କିଛିଦିନ ଧରି ଉତ୍ତେଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image