ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ନେଇ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ଶିବିର ଉଦ୍‌ଘାଟନ

କର୍ଲାମୁଣ୍ଡା,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ପଞ୍ଚାୟତ ପୋଖରୀରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ ସମ୍ବନ୍ଧୀୟ ବ୍ଲକସ୍ତରୀୟ ୨ ଦିନିଆ ତାଲିମ ଶିବିର ମଙ୍ଗଳବାର ଆରମ୍ଭ ହୋଇଯାଇଛି। ତାଲିମ ଶିବିରକୁ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନି ମିର୍ଦ୍ଧା ଓ ସିଡିପିଓ ପାର୍ବତୀ ସାହୁ ଉଦ୍‌ଘାଟନ କରିଥିଲେ । ୱାଲଡ ଫିସ ସଂସ୍ଥାର ଜୋନାଲ ମ୍ୟାନେଜର ମନୋଜ ସାହୁ, କର୍ଲାମୁଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ଲାନ ରଞ୍ଜନ କୁଳଦୀପ, ଥୁଆମୂଳ ରାମପୁର ସହକାରୀ ମତ୍ସ୍ୟ ଅଧିକାରୀ ସ୍ନେହାଂଶୁ ପଣ୍ଡା, ମିଶନ ଶକ୍ତି ବ୍ଲକ ସଂଯୋଜକ ବିପିନ ବାରିକ ପ୍ରମୁଖ ଯୋଗଦେଇ ମତ୍ସ୍ୟ ଚାଷର ବିଭିନ୍ନ ପ୍ରଣାଳୀ ଓ ଆୟ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବୁଧବାର ତାଲିମାର୍ଥତ୍ମାନଙ୍କୁ ନେଇ ସାପଲହରାଠାରେ ଥିବା ଦିଗାମ୍ବର ରଣାଙ୍କ ମାଛ ଯାଅଁାଳା ବିକ୍ରୟ କେନ୍ଦ୍ରକୁ ପରିଦର୍ଶନ କରାଇବା କାର୍ଯ୍ୟକ୍ରମ ଥିବା ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ଲାନ ରଞ୍ଜନ କୁଳଦୀପ ସୂଚନା ଦେଇଛନ୍ତି।

Share