Categories: ଜାତୀୟ

ଏସ୍‌ଏନ୍‌ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀରେ ହିଂସା ଓ ଉତ୍ତେଜନା ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀର ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି। ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ସ୍ପେଶାଲ ସିପି ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନର ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟଙ୍କ ସ୍ଥାନରେ ଶ୍ରୀବାସ୍ତବଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଶ୍ରୀବାସ୍ତବ ଶନିବାରଠାରୁ ଏହି ପଦ ସମ୍ଭାଳିବେ। ଶୁକ୍ରବାର ଏନେଇ ଉପରାଜ୍ୟପାଳ ଅନୀଲ ବୈଜଲ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୨୯ରେ ଅମୂଲ୍ୟ ପଟ୍ଟନାୟକ ଅବସର ଗ୍ରହଣ କରୁଛନ୍ତି। ନିକଟରେ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ହିଂସା ରୋକିବାକୁ ଦାୟିତ୍ୱ ଦିଆଯାଇଥିଲା।

Share