Advertisement

ଏସ୍‌ଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡରି ରିର୍ଜଭ ଫରେଷ୍ଟରେ ବୁଧବାର ସନ୍ଧ୍ୟା ୬ଟାରେ ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ଏସ୍‌ଓଜି ଜବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଉକ୍ତ ଫରେଷ୍ଟ ନିକଟରେ ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନଙ୍କ ପାଲଟା ଜବାବରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଯବାନମାନେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି। କ୍ୟାମ୍ପ ନିକଟରେ ରକ୍ତ ଛିଟା ପଡିଛି ା ଏହି ଗୁଳି ବିନିମୟରେ ଏକାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ଆଶଙ୍କା କରାଯାଉଛି ା ବର୍ତ୍ତମାନ ଗୁଣ୍ଡରି ଜଙ୍ଗଲ ଚାରିପଟେ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ମାଓବାଦୀ କ୍ୟାମ୍ପ ନିକଟରୁ ୨ଟି ଜିଲୋଟିନ୍‌ , ଗୋଟିଏ ଡିଟୋନେଟର, ଟିଫିନ ବୋମା, ୭ଟି ଛତା ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ବୋଲି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share