Categories: ଜାତୀୟ

ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨: ମିରଟ ଏସ୍‌ପିଙ୍କ ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକ୍‌ଭି। ସେ କହିଛନ୍ତି ଭାଇରାଲ ଭିଡିଓର ଘଟଣା ଯଦି ସତ ତେବେ ତୁରନ୍ତ ଉକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରିବିବାର ନକ୍‌ଭି ଟୁଇଟ୍‌ କରି କହିଛନ୍ତି ଏହି ଘଟଣା ଯଦି ସତ୍ୟ ତେବେ ଏହା ନିନ୍ଦନୀୟ ଆଉ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍‌। ସେ କହିଛନ୍ତି ଗଣତନ୍ତ୍ର ଦେଶରେ କୌଣସି ପ୍ରକାର ହିଂସା ଗ୍ରହଣୀୟ ନୁହେଁ। ସୂଚନାଯୋଗ୍ୟ, ଉକ୍ତ ଭିଡ଼ିଓରେ ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓ ଭାଇରାଲ ହେବାପରେ ଏସ୍‌ପି କହିଥିଲେ ପ୍ରଦର୍ଶନକାରୀ ହାତରେ କଳାକନା ବାନ୍ଧି ପାକିସ୍ତାନ ଜିନ୍ଦାବାଦ କହୁଥିଲେ। ତେଣୁ ସେମାନଙ୍କୁ ଶିକ୍ଷା ଦେବା ପାଇଁ ସେ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇଯିବାକୁ କହିଥିଲେ।

Share