ନୂଆଦିଲ୍ଲୀ,୧୬ା୭: ସମାଜବାଦୀ ପାର୍ଟି ନେତା ନୀରଜ ଶେଖର ସୋମବାର ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ରକୁ ଗୃହର ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡ଼ୁ ଗ୍ରହଣ କରିନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ଭାଜପାରେ ଯୋଗଦେବା ସମ୍ଭାବନା ରହିଛି। ୨୦୦୮ ଉପନିର୍ବାଚନରେ ସେ ବାଲିଆ ଆସନରୁ ଲୋକ ସଭାକୁ ଆସିଥିଲେ। ପରେ ସେ ଏହି ଆସନରେ ବିଜୟୀ ହୋଇଥିଲେ। ଉତ୍ତରପ୍ରଦେଶରୁ ସେ ରାଜ୍ୟ ସଭାକୁ ୨୦୧୪ ନଭେମ୍ବର ୨୬ରେ ଆସିଥିଲେ। ନୀରଜଙ୍କ ଇସ୍ତଫା ସମାଜବାଦୀ ପାର୍ଟିକୁ ଶକ୍ତ ଧକ୍କା ବୋଲି କୁହାଯାଉଛି।