Categories: ବାଣିଜ୍ୟ

ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ ୩୦ ଯାଏ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ କରିବା ନେଇ ବ୍ୟବସ୍ଥା କରାଯିବ। ୧୨ ମାସ ଅବଧି ଲାଗି ଏହି ଋଣ ୭.୨୫% ସୁଧ ହାରରେ ଯୋଗାଇ ଦିଆଯିବ। କରୋନା ପ୍ରଭାବରେ ବାଣିଜ୍ୟ କାରବାର ଯେଭଳି ପ୍ରଭାବିତ ନ ହୁଏ ସେଥିଲାଗି ସଂସ୍ଥାଗୁଡିକୁ ସହାୟତା କରିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share