Advertisement
Categories: ବାଣିଜ୍ୟ

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି ମାଲ୍ୟା କହିଛନ୍ତି, ଏହା ଦେଶର ଟିକସଦାତାଙ୍କ ଟଙ୍କାକୁ ଇଂଲଣ୍ଡରେ ଆଇନଗତ ମାମଲା ଲଢିବାରେ ଖର୍ଚ୍ଚ କରୁଛି। ଏସ୍‌ବିଆଇ ନେତୃତ୍ୱାଧିନ ବ୍ୟାଙ୍କ ଗୋଷ୍ଠୀ ତାଙ୍କ ପଛରେ ଭୂଲରେ ପଡିଥିବା ମାଲ୍ୟା ଟୁଇଟରେ କହିଛନ୍ତି। ଏହାକୁ ନେଇ ଏସ୍‌ବିଆଇ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ସେ ଅଭିଯୋଗରେ କହିଛନ୍ତି। ଏହାକୁ ନେଇ ଦେଶର ଗଣମାଧ୍ୟମ ମଧ୍ୟ ଏସବିଆଇକୁ ପ୍ରଶ୍ନ କରୁ ବୋଲି ସେ ଯୁକ୍ତି ବାଢିଛନ୍ତି। ସୂଚନା ଯୋଗ୍ୟ, ଲଣ୍ଡନ ବ୍ୟାଙ୍କରେ ଜମା ଥିବା ଅର୍ଥ ସମ୍ପର୍କିତ ଆଦେଶକୁ  ବାତିଲ ପାଇଁ ମାଲ୍ୟାଙ୍କ ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।  ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବ୍ୟାଙ୍କ କନସୋର୍ଟିୟମ ଲଣ୍ଡନ ବ୍ୟାଙ୍କରେ ଜମା ଥିବା ମାଲ୍ୟାଙ୍କ ୨ଲକ୍ଷ ୬୦ ହଜାର ପାଉଣ୍ଡ ରାଶିକୁ ଅସୁଲ କରିପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share