ଭୁବନେଶ୍ୱର,୩୦ ।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ମହିଳା ସଂଘ ଭୁବନେଶ୍ୱର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। କୋଭିଡ୍-୧୯ ଯୋଗୁ ଫସି ରହିଥିବା ଲୋକଙ୍କ ଲାଗି ସଂଘ ପକ୍ଷରୁ ଏଭଳି ବ୍ୟବସ୍ଥା ହାତକୁ ନିଆଯାଇଛି। ଭୁବନେଶ୍ୱର ୟୁନିଟ-୮ ସ୍ଥିତ ନାରାୟଣ ବସ୍ତି ଏବଂ ଦେହୁରୀ ବସ୍ତିରେ ଖୁସିଲା ଖାଦ୍ୟ ପ୍ୟାକେଟ ଯୋଗାଣ ହୋଇଛି। ମହିଳା କ୍ଲବର ସଦସ୍ୟ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରି ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି। କ୍ଲବର ସଭାପତି ତଥା ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲାଙ୍କ ତତ୍ତ୍ୱାବଧାନରେ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି।