Categories: ବାଣିଜ୍ୟ

ଏସ୍‌ବିଆଇ ଲାଇଫର ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ

ଭୁବନେଶ୍ୱର,୧୮-୪: ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ସ୍ଥାନୀୟ ଇନଫୋସିଟି ଇନଫିନିଆ ଟାଓ୍ବାରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି। ଏସ୍‌ବିଆଇ ଲାଇଫର ଏମ୍‌ଡି ତଥା ସିିଇଓ ସଞ୍ଜୀବ ନୌଟିଆଲ ଏହାର ଉନ୍ମୋଚନ କରିଥିଲେ। ନୂଆ କାର୍ଯ୍ୟାଳୟ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷା ଉତ୍ପାଦ ସମାଧାନ ପୋର୍ଟଫୋଲିଓକୁ ଗ୍ରାହକଙ୍କୁ ପ୍ରଦାନ କରିବାକୁ କମ୍ପାନୀ ଯୋଜନା ରଖିଛି। ଓଡ଼ିଶାରେ ବୀମା ସମାଧାନ ଲୋକଙ୍କ ନିକଟରେ ଏତେଟା ପହଞ୍ଚି ନ ଥିବାରୁ ଅଭିନବ ଢଙ୍ଗରେ ବିଭିନ୍ନ ଉତ୍ପାଦ ଏବଂ ସେବା ଯୋଗାଣ ନେଇ ଉଦ୍ୟମ ଜାରି ରହିବ ବୋଲି ସିଇଓ ନୌଟିଆଲ କହିଛନ୍ତି। ଓଡ଼ିଶାରେ  ୩୮ଟି ସ୍ଥାନରେ ୪୦ ଶାଖା ସହ କମ୍ପାନୀ ଉପସ୍ଥିତିକୁ ସୁଦୃଢ କରୁଥିବା ନୌଟିଆଲ କହିଛନ୍ତି। ଏଥିରେ ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା ଏସ୍‌ବିଆଇ ଜୋନ ୩ ସଭାପତି ରବୀନ୍ଦ୍ର କୁମାର, ଆକ୍‌ଚୁରିଆଲ ରିସ୍କ ମ୍ୟାନେଜମେଣ୍ଟ ସଭାପତି ସଞ୍ଜୀବ ପୂଜାରୀ, ଏସ୍‌ବିଆଇ ଲାଇଫର ଆଞ୍ଚଳିକ ନିର୍ଦ୍ଦେଶକ ସଞ୍ଜୟ ଭଟ୍ଟନାଗର ପ୍ରମୁଖ ଉପସ୍ଥିତ ଥିଲେ।

Share