Categories: ବାଣିଜ୍ୟ

ଏସ୍‌ବିଆଇ ୟୁନୋ ଶ୍ରୀତତ୍ତ୍ୱ ସହଭାଗିତା

ଭୁବନେଶ୍ୱର,୨୭ -୫: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ୟୁନୋ ଏବଂ ଆର୍ଟ ଅଫ୍‌ ଲିଭିଙ୍ଗର ଏଫ୍‌ଏମ୍‌ସିଜି ଶାଖା ଶ୍ରୀତତ୍ତ୍ୱ ଷ୍ଟ୍ରାଟେଜିକ ସହଭାଗିତାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଶ୍ରୀତତ୍ତ୍ୱର ଖାଦ୍ୟ, ସ୍ବାସ୍ଥ୍ୟ ସାମଗ୍ରୀ, ପର୍ସନାଲ କେୟାର ପ୍ରଡକ୍ଟ, ଘରୋଇ ଉପକରଣ ଭଳି ୩୫୦ରୁ ଅଧିକ ପ୍ରଡକ୍ଟ ଉପରେ ୟୁନୋ ବ୍ୟବହାରକାରୀମାନେ ୧୫% ରିହାତି ପାଇ ପାରିବେ। ଶ୍ରୀତତ୍ତ୍ୱ ସହ ଏହି ସହଭାଗିତାରେ ସାମିଲ ହୋଇ ବେଶ ଖୁସି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି। ୟୁନୋର ଅନ୍‌ଲାଇନ ବଜାରକୁ ଦୃୃଢ କରିବା ଦିଗରେ ଏହି ପଦକ୍ଷେପ ସହାୟକ ହୋଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

Share