Categories: ବାଣିଜ୍ୟ

ଏସ୍‌ବିଏସ୍‌ ବାୟୋଟେକ୍‌-ଫିଲ୍ମ ଭାରତ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୧୫-୬: ଫିଲ୍ମ ଭାରତର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ ଏହି ସିନେମା ନିର୍ମାଣ କରିଥିବା ସଂସ୍ଥା ସହ ଚୁକ୍ତିରେ ସାମିଲ ହୋଇଛି। କମ୍ପାନୀ ଏହାର ଲୋକପ୍ରିୟ ପ୍ରଡକ୍ଟ ପେଟ ସଫା ଆୟୁର୍ବେଦିକ ଗ୍ରାନ୍ୟୁଲସ୍‌ ଏବଂ ଟାବଲେଟର ବିଜ୍ଞାପନରେ ଏହି ସିନେମାକୁ ପ୍ରମୋଶନ କରାଇଛି। ସିନେମାଟି ଅଲି ଅବାସଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଲିଡ ଚରିତ୍ରରେ ସଲମାନ ଖାନ ରହିଛନ୍ତି। ସେହିଭଳି କ୍ୟାଟ୍ରିନା କୈଫ, ଦିଶା ପଟାନୀ, ତବୁ ଏବଂ ସୁନୀଲ ଗ୍ରୋଭର ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ସିନେମାର ଷ୍ଟୋରୀ ଲାଇନ ମାନବବାଦ, ଅନୁରାଗ ଏବଂ ଦେଶପ୍ରେମ ଉପରେ ପର୍ଯ୍ୟବେସିତ।

Share