ଏସ୍‌ସିଏସ୍‌ କଲେଜରେ ଉତ୍ତେଜନା

ପୁରୀ ଅଫିସ,୨୦।୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ସମସ୍ତ ବିଷୟରେ ୩୩ ପ୍ରତିଶତ ପାସ୍‌ହାର ନିଷ୍ପତ୍ତିକୁ ଏସ୍‌ଇଏସ୍‌ କଲେଜ(ଏ) ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଛାତ୍ର ତୀବ୍ର ବିରୋଧ କରିଛନ୍ତି। ଏନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ବୋର୍ଡର ଏହି ନିଷ୍ପତ୍ତି ବିରୋଧରେ କ୍ୟାମ୍ପସ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ରହିଥିବା ବେଳେ ଏଭଳି ନିଷ୍ପତ୍ତି ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ବାଧା ସୃଷ୍ଟି କରିବ। ବର୍ତ୍ତମାନ ସୁଦ୍ଧା ସମସ୍ତ ବିଷୟରେ ପାଠ୍ୟକ୍ରମ ସମାପ୍ତ ହୋଇନାହିଁ। ନିଷ୍ପତ୍ତି ତର୍ଜମା କରନ୍ତୁ ବୋଲି ଛାତ୍ରୀଛାତ୍ର ଦାବି କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସ୍‌ପି, ଟାଉନ ଥାନାଧିକାରୀ ଦୁଇ ପ୍ଲାଟୁନ୍‌ ଫୋର୍ସ ସହିତ ଉପସ୍ଥିତ ଅଛନ୍ତି।

Share