ଭୁବନେଶ୍ୱର,୬।୩(ବ୍ୟୁରୋ): କଟକ ଏସ୍ସିବି ମେଡିକାଲର କରୋନା ଓ୍ବାର୍ଡରୁ ଜଣେ ସନ୍ଦିଗ୍ଧ ଚମ୍ପଟ ମାରିବା ଖବର ଏକ ଗୁଜବ। ସମ୍ପୃକ୍ତ ବ୍ୟକ୍ତି ଆୟରଲ୍ୟାଣ୍ଡର ନାଗରିକ। ସେ ୩ ଦିନ ତଳେ ଓଡ଼ିଶା ଆସିଥିଲେ। ସେ ଏବେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ହେଟେଲରେ ରହୁଛନ୍ତି। ସେ ଓଡ଼ିଶା ଆସିବା ପରେ କଟକ ବଡ଼ ମେଡିକାଲରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ଆସିଥିଲେ। ତାଙ୍କଠାରେ କରୋନା ସଂକ୍ରମଣ ନ ଥିବା ଜଣାପଡ଼ିଥିଲା। ସେହିଭଳି ଶୁକ୍ରବାର କଟକର ଏକ ଟିମ୍ ଯାଞ୍ଚ କରି ଯାଇଛନ୍ତି। ଯାଞ୍ଚ ପରେ ତାଙ୍କର କରୋନା ସଂକ୍ରମଣ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇ ନୟାପଲ୍ଲୀ ଥାନାଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଉକ୍ତ ବ୍ୟକ୍ତି ଫେରାର ନ ଥିଲେ। ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। କରୋନା ସଂକ୍ରମଣ ହେବାର କୌଣସି ଲକ୍ଷଣ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି।