ଏସ୍‌ସିବିରେ କରୋନା ସନ୍ଦିଗ୍ଧ, ୩ ସ୍ବାଇନ୍‌ ଫ୍ଲ୍ୟୁ ରୋଗୀ

କଟକ ଅଫିସ,୯।୩: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ରବିବାର ଜଣଙ୍କୁ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସେ ଜଣେ ଇଞ୍ଜିନିୟର ହୋଇଥିବାବେଳେ ଚାଇନାରେ ଚାକିରୀ କରୁଥିଲେ। ସେଠାରେ କରୋନା ଭୁତାଣୁ ବ୍ୟାପିଥିବାବେଳେ ସେ ଓଡ଼ିଶା ଫେରିଥିଲେ। କିଛିଦିନ ହେବ ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହିଥିଲା। କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ କରାଯାଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଉଭୟଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ସେମାନଙ୍କୁ ମେଡିକାଲରେ ରଖାଯାଇଛି। ରବିବାର ଏସ୍‌ସିବି ମେଡିକାଲରେ ୩ ଜଣ ସ୍ବାଇନ୍‌ ଫ୍ଲ୍ୟୁ ରୋଗୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ।

Share