ଏସ୍‌ସିବିରେ ବନ୍ଦ ରହିବ ନିୟମିତ ଅପରେଶନ

କଟକ ଅଫିସ, ୨୨।୩: କରୋନା ବିଶ୍ୱରେ ମହାମାରୀ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଜନତା କର୍ଫ୍ୟୁର ପ୍ରଭାବ ଏସ୍‌ସିବି ମେଡିକାଲରେ ମଧ୍ୟ ପଡିବ। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ମେଡିକାଲରେ ହେବାକୁ ଥିବା ସମସ୍ତ ନିୟମିତ ଅପରେସନ ସ୍ଥଗିତ ରଖାଯାଇଛି। ବୋଲି ଶଲ୍ୟ ଚିକିତ୍ସା ବିଭାଗୀୟ ମୂଖ୍ୟ ଡା. ବନ ବିହାରୀ ମିଶ୍ର ସୂଚନା ଦେଇଛନ୍ତି। କିନ୍ତୁ ଜରୁରିକାଳୀନ ସର୍ଜରୀକୁ ଆବଶ୍ୟକ ଅନୁଯାୟୀ ନିଶ୍ଚୟ ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ସମାନ ନିୟମ ମଧ୍ୟ ବେସରକାରୀ ହସ୍ପିଟାଲଗୁଡିକରେ ଲାଗୁ କରାଯାଇଥିବା ଜଣାପଡିଛି।