ଏସ୍‌ସିବିରେ ୨ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇଜଣଙ୍କ କଟା ହାତ

କଟକ ଅଫିସ,୮।୬: ଦୁଇ ଜଣଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଞ୍ଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରି ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର ଡା. ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୨୧ ଜଣିଆ ଡାକ୍ତରୀ ଟିମ୍‌ ପୃଥକ୍‌ ଅସ୍ତ୍ରୋପଚାର କରି କଟିଯାଇଥିବା ହାତକୁ ଉଭୟଙ୍କ ଶରୀରରେ ସଫଳ ପ୍ରତିରୋପଣ କରିଛନ୍ତି।
ସୂଚନା ଅନୁଯାୟୀ, ପୃଥକ୍‌ ଜମିଜମା ଗଣ୍ଡଗୋଳ ବେଳେ ହଣାକଟା ଯୋଗୁ ଗତ ୨୨ ତାରିଖରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଦେବୀ ପ୍ରସାଦ ସ୍ବାଇଁ ଓ ୨୮ରେ ଢେଙ୍କାନାଳର ମନୋଜ ମଲ୍ଲିକଙ୍କ ହାତ କଟିଯାଇଥିଲା। ସମ୍ପର୍କୀୟମାନେ କଟା ହାତ ସହ ଉଭୟଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରିଥିଲେ। ପ୍ରଥମେ ରକ୍ତସ୍ରାବ ନିୟନ୍ତ୍ରଣ କରିବା ପରେ ଏସ୍‌ସିବିର ପ୍ଳାଷ୍ଟିକ୍‌ ସର୍ଜରି ଓ ନିଶ୍ଚେତକ ବିଭାଗର ୨୧ ଜଣିଆ ଡାକ୍ତରୀ ଟିମ୍‌ ଉଭୟଙ୍କ ଅସ୍ତ୍ରୋପଚାର କରି ସେମାନଙ୍କ ଶରୀରରେ କଟିଯାଇଥିବା ହାତର ପ୍ରତିରୋପଣ କରିଥିଲେ। ଏବେ ଉଭୟ ସୁସ୍ଥ ଥିବା ସହ ସେମାନଙ୍କ ହାତ ମଧ୍ୟ ସାମାନ୍ୟ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା...

ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ...

ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ...

ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri