ଏସ୍‌ସିବିରେ ୨ ସ୍ବାଇନ୍‌ ଫ୍ଲୁ ସନ୍ଦିଗ୍ଧ

କଟକ ଅଫିସ,୧୪।୩: କଟକ ଏସ୍‌ସିବି ମେଡିକାଲରେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଦୁଇଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସହରର ଏକ କଲେଜରେ ପଢୁଛନ୍ତି। ଏହି ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଜଣଙ୍କୁ ଅବଜର୍‌ଭେସନ୍‌ରେ ରଖାଯାଇଥିବା ସୂଚନା ମିଳିଛି। ଉଭୟଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ହିଁ ସେମାନେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ସ୍ବାଇନ୍‌ ଫ୍ଲୁ ପଜିଟିଭ୍‌ ଥିବା ଜଣେ ମହିଳା ଚିକିତ୍ସାଧୀନ ରହିଛନ୍ତି।

Share